PPC 2025ର ମୁଖ୍ୟ ପ୍ରସଙ୍ଗଗୁଡ଼ିକ ବିଷୟରେ ସୂଚନା ପାଇବା ପାଇଁ WhatsApp ଚ୍ୟାନେଲକୁ ଫଲୋ କରନ୍ତୁ ।
Follow Nowପରୀକ୍ଷା ପେ ଚର୍ଚ୍ଚା ପ୍ରତିଯୋଗିତା 2025କୁ ସ୍ୱାଗତ
ପରୀକ୍ଷା ଚାପକୁ ଭୟ ନକରି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ପାଆନ୍ତୁ!
ଭାରତରେ ପ୍ରତ୍ୟେକ ଛାତ୍ର ଯେଉଁ ଭାବ ବିନିମୟକୁ ଅପେକ୍ଷା କରିଛନ୍ତି ତାହା ପୁଣି ଥରେ ଫେରିଛି - ପରୀକ୍ଷା ପେ ଚର୍ଚ୍ଚା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ ଯାହାଦ୍ୱାରା ସେମାନେ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ସମସ୍ତ ସ୍ୱପ୍ନ ଓ ଲକ୍ଷ୍ୟ ହାସଲ କରିବାରେ ସହଯୋଗ କରିପାରିବେ। ତେବେ, ଆପଣ (ଶିକ୍ଷାର୍ଥୀ, ଅଭିଭାବକ କିମ୍ବା ଶିକ୍ଷକ) କିପରି ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣରେ ଭାଗ ନେବାର ସୁଯୋଗ ପାଇବେ? ଏହା ବହୁତ ସହଜ ।
ପଢନ୍ତୁ:
- ପ୍ରଥମେ ‘ପାର୍ଟିସିପେଟ୍ ନାଓ’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
- ମନେରଖନ୍ତୁ, ଏହି ପ୍ରତିଯୋଗିତା 6ଷ୍ଠରୁ 12ଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି ।
- ଛାତ୍ରଛାତ୍ରୀମାନେ ସର୍ବାଧିକ 500 ଅକ୍ଷରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଅଭିଭାବକ ଓ ଶିକ୍ଷକମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଅନଲାଇନ୍ କାର୍ଯ୍ୟକଳାପରେ ସେମାନଙ୍କର ଏଣ୍ଟ୍ରି ଦାଖଲ କରିପାରିବେ ।
ଭାଗ ନିଅନ୍ତୁ
ଛାତ୍ରଛାତ୍ରୀ (ଶିକ୍ଷକଙ୍କ ଲଗଇନ୍ ମାଧ୍ୟମରେ ଅଂଶଗ୍ରହଣ କରନ୍ତୁ)
6ଷ୍ଠ - 12ଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନେଟ୍ କିମ୍ବା ଇମେଲ୍ ଆଇଡି କିମ୍ବା ମୋବାଇଲ୍ ନମ୍ବରର ସୁବିଧା ନଥିବା ଛାତ୍ରଛାତ୍ରୀ ଭାଗ ନେବା ପାଇଁ କ୍ଲିକ୍ କରନ୍ତୁ
ଭାଗ ନେବା ପାଇଁ କ୍ଲିକ୍ କରନ୍ତୁପିତାମାତାଙ୍କ ପାଇଁ
ବିଦ୍ୟାଳୟକୁ ଯାଉଥିବା ପିଲାମାନଙ୍କର ପିତାମାତାଙ୍କ ପାଇଁ (6ଷ୍ଠ - 12ଶ ଶ୍ରେଣୀ)
ଭାଗ ନେବା ପାଇଁ କ୍ଲିକ୍ କରନ୍ତୁପୁରସ୍କାର
ମୁଖ୍ୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚୟନ ହୋଇଥିବା ପ୍ରାୟ 2500 ଛାତ୍ରଛାତ୍ରୀଙ୍କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ PPC କିଟ୍ ପ୍ରଦାନ କରାଯିବ।
ଗୁରୁତ୍ୱପୂର୍ଣ୍ଣ ତାରିଖ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନିଜ ଭିତରେ ଥିବା ଏକ୍ଜାମ୍ ୱାରିୟରକୁ ଯାଗ୍ରତ କରନ୍ତୁ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଧାସଳଖ ଯୋଡି ହୁଅନ୍ତୁ
ମୁଁ ଜଣେ ଏକ୍ଜାମ୍ ୱାରିୟର କାରଣ...
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେୟାର କରନ୍ତୁ ଆପଣଙ୍କର ଅଭିନବ ‘ପରୀକ୍ଷା ମନ୍ତ୍ର’!
ପରୀକ୍ଷା ପାଇଁ ସମସ୍ତ ଅସ୍ତ୍ରଶସ୍ତ୍ର ସହ ଜଣେ ପରୀକ୍ଷା ଯୋଦ୍ଧା ଭାବରେ, ଆପଣଙ୍କୁ ପରୀକ୍ଷା ଭୟକୁ ଜୟ କରିବାରେ କ'ଣ ସାହାଯ୍ୟ କରେ ଏବଂ ଶକ୍ତି ଯୋଗାଏ ? ଆପଣଙ୍କ ଦୃଷ୍ଟିକୋଣ, ଅଧ୍ୟୟନ ସଂସ୍କାର, ଆପଣଙ୍କ ପ୍ରସ୍ତୁତି କିମ୍ବା କିଛି ବି ଯାହା ପରୀକ୍ଷା ସମୟରେ ଆପଣଙ୍କ ସଫଳତାର ମନ୍ତ୍ର ତାହାକୁ 300 ଶବ୍ଦରେ ସେୟାର କରନ୍ତୁ ।
ଶ୍ରେଷ୍ଠ 10 କିମ୍ବଦନ୍ତୀ ପରୀକ୍ଷା ଯୋଦ୍ଧାମାନେ ଜୀବନରେ ଥରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାର ସୁଯୋଗ ପାଇବେ!
ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ ଦ୍ୱାରା ପରିଚାଳିତ ଏହି ଆନ୍ଦୋଳନ ଯାହାର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ସମାଜକୁ ଏକାଠି କରି ଏପରି ଏକ ପରିବେଶ ସୃଷ୍ଟି କରିବା ଯେଉଁଠାରେ ପ୍ରତ୍ୟେକ ପିଲାର ଅନନ୍ୟ ବ୍ୟକ୍ତିତ୍ୱକୁ ପାଳନ ଓ ପ୍ରୋତ୍ସାହିତ କରାଯାଏ ଏବଂ ନିଜକୁ ପରିପ୍ରକାଶ କରିବାର ସୁଯୋଗ ପ୍ରଦାନ କରାଯାଏ, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଥପ୍ରଦର୍ଶକ, ବେଷ୍ଟସେଲିଂ ପୁସ୍ତକ 'ଏକ୍ଜାମ୍ ୱାରିୟର୍ସରୁ ପ୍ରେରଣା ନେଇଛି । ଏହି ପୁସ୍ତକ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶିକ୍ଷା ଓ ପରୀକ୍ଷା ପ୍ରତି ଏକ ସକାରାତ୍ମକ ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ସାମଗ୍ରିକ ବିକାଶକୁ ପ୍ରାଥମିକ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷାକୁ ଅଯଥା ଚାପ ଓ ଚିନ୍ତାରେ ପରିଣତ କରି ଏହାକୁ ଏକ ଜୀବନ-ମୃତ୍ୟୁ ପରିସ୍ଥିତି କରିବା ପରିବର୍ତ୍ତେ ଏହାକୁ ସଠିକ୍ ପରିପ୍ରେକ୍ଷୀରେ ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।
ଶିକ୍ଷା ଏକ ଆନନ୍ଦଦାୟକ, ପରିତୃପ୍ତ ଏବଂ ଅନ୍ତହୀନ ଯାତ୍ରା ହେବା ଉଚିତ- ଏହା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁସ୍ତକର ବାର୍ତ୍ତା ।
NaMo ଆପ୍ରେ ଏକ୍ଜାମ୍ ୱାରିୟର୍ସ ମଡ୍ୟୁଲ ଏକ ଇଣ୍ଟରଆକ୍ଟିଭ୍ ଟେକ୍ ଉପାଦାନକୁ ଏକ୍ଜାମ୍ ୱାରିୟର୍ସ ଆନ୍ଦୋଳନ ସହ ଯୋଡିଥାଏ । ପ୍ରଧାନମନ୍ତ୍ରୀ 'ଏକ୍ଜାମ୍ ୱାରୟର' ପୁସ୍ତକରେ ଲେଖିଥିବା ପ୍ରତ୍ୟେକ ମନ୍ତ୍ରର ମୂଳ ବାର୍ତ୍ତା ଏଥିରେ ଦର୍ଶାଯାଇଛି ।
ଏହି ମଡ୍ୟୁଲ କେବଳ ଯୁବକମାନଙ୍କ ପାଇଁ ନୁହେଁ ବରଂ ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଏକ୍ଜାମ୍ ୱାରୟରରେ ପ୍ରଧାନମନ୍ତ୍ରୀ ଲେଖିଥିବା ମନ୍ତ୍ର ଓ ଧାରଣାକୁ ସମସ୍ତେ ଗ୍ରହଣ କରିପାରିବେ ଯେହେତୁ ପ୍ରତ୍ୟେକ ମନ୍ତ୍ର ଚିତ୍ରାତ୍ମକ ଭାବରେ ଦର୍ଶାଯାଇଛି। ମଡ୍ୟୁଲଟି ମଧ୍ୟ ଚିନ୍ତା ଉଦ୍ରେକକାରୀ କିନ୍ତୁ ଆନନ୍ଦଦାୟକ କାର୍ଯ୍ୟକଳାପ ଯାହା ଧାରଣାକୁ ବ୍ୟବହାରିକ ମାଧ୍ୟମରେ ଗ୍ରହଣ କରିବାରେ ସାହାଯ୍ୟ କରେ ।
"ଏକ କାର୍ଯ୍ୟକଳାପ ଶିକ୍ଷାର୍ଥୀମାନଙ୍କୁ ପୂର୍ବରୁ ଡିଜାଇନ ହୋଇଥିବା 'ଲାଫ ହାର୍ଡ କାର୍ଡ' ପୂରଣ କରି ସେମାନଙ୍କର ସାଙ୍ଗମାନଙ୍କ ସହ ସେୟାର କରିବାକୁ କୁହେ, ଯାହା ସେମାନଙ୍କୁ ପରସ୍ପର ସହିତ ଭଲ ଭାବରେ ହସିବାକୁ ସାହାଯ୍ୟ କରେ ।"
"ଅନ୍ୟ ଏକ କାର୍ଯ୍ୟକଳାପ ପିତାମାତାଙ୍କୁ ପିଲାମାନଙ୍କୁ ନିଜର 'ଟେକ୍ ଗୁରୁ' କରି ସେମାନଙ୍କ ସହ ବୈଷୟିକ ଚମତ୍କାରିତା ବିଷୟରେ ଜାଣିବାକୁ ପ୍ରେରିତ କରେ । ଏହା ପିତାମାତାଙ୍କୁ ପିଲାମାନଙ୍କ ନିକଟତର କରାଇବାରେ ସହାୟକ ହୋଇଥାଏ ଏହାସହ ଟେକ୍ନୋଲୋଜିର ଉପଯୋଗ ଦିଗରେ ଏକ ଗଠନମୂଳକ ଆଭିମୁଖ୍ୟର ନିର୍ମାଣ କରେ ।"
ଏକ୍ଜାମ୍ ୱାରିୟର୍ ମଡ୍ୟୁଲରେ ଏଭଳି ଅନେକ ଆକର୍ଷଣୀୟ କାର୍ଯ୍ୟକଳାପ ରହିଛି